Warehouse Stock Clearance Sale

Grab a bargain today!


Jaha Kali Jaha Paili [Oriya]
By

Rating

Product Description
Product Details

About the Author

ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବରୁଣସିଂ ଗ୍ରାମରେ ଜନ୍ମ । ପିତା ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ମାତା ମାଧବୀ ପାଣିଗ୍ରାହୀ । ଗାଁ, ନୀଳଗିରିରୋଡ଼ ହାଇସ୍କୁଲରୁ ମାଟ୍ରିକ୍ୟୁଲେସନ ପାସ୍ କରିବା ପରେ ସେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସମ୍ମାନର ସହ ବିଏସ୍]ସି ଓ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରୁ ପ୍ରାଣୀ ବିଜ୍ଞାନରେ ଏମ୍]ଏସ୍]ସି ପାସ କରିଛନ୍ତି । ପରେ ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଜିନେଟିକ୍ସରେ ଏମ୍]ଫିଲ୍ ଓ ପିଏଚ୍]ଡି ଉପାଧି ହାସଲ କରି କାନାଡ଼ାକୁ ଉଚ୍ଚଶିକ୍ଷା କରିବା ପାଇଁ ଆସିଲେ । ସମ୍ପ୍ରତି ସେ କାନାଡ଼ାର ଟରୋଣ୍ଟୋ ସହରରେ ଥିବା ପୃଥିବୀ ପ୍ରସିଦ୍ଧ ହସ୍]ପିଟାଲ୍ ଫର୍ ସିକ୍ ଚିଲଡ୍ରେନ୍]ରେ ଜିନେଟିକ୍]ସ ଏଣ୍ଡ ଜିନୋମିକ୍]ସ ବାଇୟୋଲଜିରେ ଗବେଷଣା କରୁଛନ୍ତି । ବୃତ୍ତିରେ ଜଣେ ବୈଜ୍ଞାନିକ ହେଲେ ହେଁ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅନେକ ଆଗ୍ରହ ଓ ଶ୍ରଦ୍ଧା । କବିତା ଲେଖିବାକୁ ସେ ଭଲ ପାଆନ୍ତି ଓ କବିତାରେ ନିଜ ଗାଁ ମାଟିପାଣିର କଥା ସହ ଉତ୍କଳୀୟ ସଂସ୍କୃତିକୁ ବେଶ୍ ନିଖୁଣ ଭାବରେ ଅଙ୍କନ କରି ପାରନ୍ତି । ତାଙ୍କର ଦୁଇଟି କବିତା ସଙ୍କଳନ 'ଫୁଲ ବଗିଚା'(୨୦୧୬) ଓ 'ପ୍ରତିଚ୍ଛବି'(୨୦୧୭) କାବ୍ୟମୋଦୀ ପାଠକ ମହଲରେ ଆଦୃତ ହୋଇଛି । ଏଥିସହ ଅବସର ସମୟରେ ସେ ନାଟକରେ ଅଭିନୟ ଓ ଚିତ୍ରାଙ୍କନ କରିବାରେ ରୁଚି ରଖନ୍ତି । ନାଟକରେ ଅଭିନୟ କରିବା ଦୃଷ୍ଟିରୁ ଏବଂ ଉତ୍ତର ଆମେରିକାରେ ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରସାରଣ କରିବା ଯୋଗୁଁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ ତରଫରୁ ତାଙ୍କୁ 'କଳାଶ୍ରୀ' ଉପାଧି ପ୍ରଦାନ କରାଯାଇଛି । ବିଜ୍ଞାନରେ ଗବେଷଣା ସମ୍ବନ୍ଧୀୟ ତାଙ୍କର ଅନେକ ଉଚ୍ଚକୋଟୀର ନିବନ୍ଧ ପୃଥିବୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ପତ୍ରପତ୍ରିକାରେ ପ୍ରକାଶପାଇଛି । ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ପ୍ରବନ୍ଧ ଓ କବିତା ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ଏବେ ସେ କାନାଡ଼ାର ଟରୋଣ୍ଟୋ ସହରରେ ପତ୍ନୀ ସବିତା, ପୁତ୍ର ସୋମନ ଓ କନ୍ୟା ଇନିକାଙ୍କ ସହିତ ଅବସ୍ଥାପିତ ।

Ask a Question About this Product More...
 
Look for similar items by category
People also searched for
Item ships from and is sold by Fishpond World Ltd.

Back to top